ନ୍ୟୁଜ ଡେକ୍ସ: ସଡ଼କ ସୁରକ୍ଷା ମାସର ଉଦ୍ଘାଟନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ପାଇଁ ବସ୍ରେ ଲାଗିବ ଇଲୋକ୍ଟ୍ରୋନିକ୍ସ ସ୍ମାର୍ଟ ଡିଭାଇସ୍ । ଏହି ଡିଭାଇସ୍ ଲଗାଇବା ପାଇଁ ଘରୋଇ ବସ୍ ମାଲିକମାନଙ୍କୁ ସହାୟତା ଦେବେ ରାଜ୍ୟ ସରକାର ।
ସେହିପରି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଅଧିକ ଟ୍ରାଫିକ ପୋଲିସ ନିଯୁକ୍ତି କରିବେ ରାଜ୍ୟ ସରକାର । କହିଛନ୍ତି, ସଡକ ସୁରକ୍ଷା ମାସର ମୁଖ୍ୟ ବାର୍ତ୍ତା ହେଉଛି ସୁରକ୍ଷିତ ଘରକୁ ଫେରନ୍ତୁ । ଟ୍ରାଫିକ୍ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ବର୍ତ୍ତମାନ ଟ୍ରାଫିକ ସମସ୍ୟା ବୃଦ୍ଧି ହୋଇଥିବା ବେଳେ ଏନେଇ ଆହୁରି ଅଧିକ ଟ୍ରାଫିକ୍ କର୍ମଚାରୀ ନିଯୁକ୍ତ ହେବେ । ଏଥିପାଇଁ ମୋଟ ୨୦୦୦ ପୋଷ୍ଟ ବାହାରିବ ।
ଚଳିତ ବର୍ଷ ୫୦୦ ଟ୍ରାଫିକ୍ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ସଡକ ଦୁର୍ଘଟଣା ରୋକିବା ପାଇଁ ଘରୋଇ ବସମାନଙ୍କରେ ସ୍ମାର୍ଟ ଡିଭାଇସ ଲଗାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘରୋଇ ବସ ମାଲିକଙ୍କୁ ନିଜ ନିଜ ବସରେ ସ୍ମାର୍ଟ ଡିଭାଇସ ଲଗାଇବାକୁ କହିଛନ୍ତି । ଏଥିପାଇଁ ଘରୋଇ ବସ ମାଲିକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
