ନ୍ୟୁଜ ଡେକ୍ସ: ଛତିଶଗଡ଼ ସୁକୁମାରେ ୯ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସପିଙ୍କ ନିକଟରେ ଅତ୍ମସମର୍ପଣ କରିଛନ୍ତି। ଏହି ୯ ଜଣଙ୍କ ଉପରେ ୪୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।
୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ତେବେ ୯ ଜଣ ନକ୍ସଲଙ୍କ ଉପରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ‘ନିଆଦ ନେଲା ନାର’ ଯୋଜନା ଦ୍ୱାରା ପ୍ରଭାବିତ ହେବା ଏବଂ ନୂତନ ଶିବିର ପ୍ରତିଷ୍ଠା ଯୋଗୁଁ ପୁଲିସ ଚାପ ବୃଦ୍ଧି ପାଇଲା। ତେଣୁ ନକ୍ସଲ ଭୟଭୀତ ହୋଇ ଆତ୍ମସମର୍ପଣ କରୁଛନ୍ତି।
ଏମାନେ ବୁର୍କାପାଲ ଘଟଣା ସମେତ ୫୦ରୁ ଊର୍ଦ୍ଧ୍ବ ଘଟଣାରେ ସମ୍ପୃକ୍ତ ଥିଲେ।ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ‘ନିଆଦ ନେଲା ନାର’ ଯୋଜନା ଦ୍ୱାରା ପ୍ରଭାବିତ ହେବା ଏବଂ ନୂତନ ଶିବିର ପ୍ରତିଷ୍ଠା ଯୋଗୁଁ ପୁଲିସ ଚାପ ବୃଦ୍ଧି ପାଇଲା। ତେଣୁ ନକ୍ସଲ ଭୟଭୀତ ହୋଇ ଆତ୍ମସମର୍ପଣ କରୁଛନ୍ତି।
