ନ୍ୟୁଜ ଡେକ୍ସ: ମାଲକାନଗିରି ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ବେଳେ ଠାବ ହୋଇଛି ବଡ ଧରଣର ମାଓ ଡମ୍ପ। ଏହାରି ମଧ୍ୟରେ ଅନେକ ବନ୍ଧୁକ, ଗୁଳି ଆଦି ସାମଗ୍ରୀ ରହିଛି ।
ବିଶେଷ ସୁତ୍ରରୁ ଖବର ପାଇ ମାଲକାନଗିରି ଡିଭିଏଫ ଯବାନ ଏମଭି-୭୯ ଥାନା ଅନ୍ତର୍ଗତ ମେଟାଗୁଡା ,କତନପାଲି ଏବଂ ମୋଟୁ ଥାନା ଅନ୍ତର୍ଗତ ଜିନେଲଗୁଡା,ଟୋକାଲଗୁଡା ଅଂଚଳରେ ଚଢଉ କରି ମାଓବାଦୀ ମାଟି ତଳେ ଡ଼ମ୍ପ କରି ରଖିଥିବା ମାଓ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀକୁ ଜବତ କରିଛନ୍ତି।ଏହି ସମୟରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ମାଓ ଡମ୍ପ ଠାବ ହୋଇଥିଲା ।
ଯାହା ମଧ୍ୟରେ ରହିଛି ଗୋଟିଏ ଏସ୍ଏଲ୍ଆର୍ ବନ୍ଧୁକ, ଏସ୍ଏଲ୍ଆର୍ ମାଗାଜିନ, ଚାରିଟି ଚାର୍ଜର, ୫୦ ଟି ଏସ୍ଏଲ୍ଆର୍ ଗୁଳି ସହ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ଲୁଚେଇ ରଖିଥିଲେ ବୋଲି ମାଲକାନଗିରି ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ।
