Wed. Jun 3rd, 2026

ନ୍ୟୁଜ ଡେକ୍ସ: ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ । ଅନିଦ୍ରା, ଅଖିଆ, ଅପିଆ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ।

ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ମହାସୁଆର । ସୂଚନାନୁଯାୟୀ, ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମହାସୁଆରଙ୍କ ଦ୍ଵାରା କ୍ଷୀର ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ। ମକର ସଂକ୍ରାନ୍ତି ନିମନ୍ତେ ଘୃତ କମଳ ଲାଗି ହୁଏ। କିନ୍ତୁ ପୁର୍ନବାର ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯେଉଁଥିଲାଗି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଗତକାଲି ସନ୍ଧ୍ୟାରୁ ମକର ମଣ୍ଡପରେ ବସି ରହିଛନ୍ତି।

କୌଣସି ନୀତିକାନ୍ତି ହୋଇନି କି ଦିଅଁ ଦକ୍ଷିଣ ଦ୍ଵାରକୁ ବିଜେ କରିନାହାଁନ୍ତି।ଏହା ପ୍ରଥମ ଘଟଣା ନୁହେଁ। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରାଯାଉଛି। ଏପରିକି ମହାପ୍ରଭୁଙ୍କୁ ଉପାସ ରଖାଯାଉଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *