Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ବଡ଼ଦେଉଳର ନାଟମଣ୍ଡପରେ ଜଗା ଦର୍ଶନ ହେବ ସହଜ। ଧାଡ଼ି ଦର୍ଶନ ପାଇଁ ର୍ୟାମ୍ପ ଓ ବ୍ୟାରିକେଡ୍ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ।

ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ୬ ଥାକିଆ ଧାଡି ଦର୍ଶନ ମଧ୍ୟରେ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ଦ୍ୱିତୀୟ ଧାଡିରେ ମହିଳା, ପରେ ଛୋଟପିଲା ଓ ବରିଷ୍ଠ ନାଗରିକ ମାନଙ୍କ ହୋଇଛି କାଷ୍ଠ ନିର୍ମିତ ରାମ୍ପ ଓ ବ୍ୟାରିକେଡ୍ । ତେବେ ସମସ୍ତ ଭକ୍ତମାନେ ସାତପାହାଚ ଦ୍ବାର ଦେଇ ପ୍ରବେଶ କରିବାକୁ ଥିବାବେଳେ ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ପ୍ରସ୍ଥାନ କରିବେ ଏବଂ ପୁରୁଷ ଭକ୍ତମାନେ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ। ସୂଚନା ଅନୁଯାଇ , ଶ୍ରୀମନ୍ଦିରରେ ଧାଡ଼ ଦର୍ଶନ ଆରମ୍ଭ ହେଲେ ର୍ୟାମ୍ପ ଓ ବ୍ୟାରିକେଡ୍ରେ ମହାପ୍ରଭୁଙ୍କ ଦର୍ଶନ ଖୁବ୍ ଭଲ ଭାବେ ହୋଇପାରିବ । ଆଉ ବଡ଼ଦେଉଳ ବାହାର କାଠ ପାଖରୁ ଶ୍ରଦ୍ଧାଳୁଙ୍କୁ ପାଦ ଟିପରେ ଟେକି ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ଭିଡ଼ରେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବନି ।

ବ୍ୟାରିକଡ୍ରେ ଯାଇ ର୍ୟାମ୍ପ ଉପରେ ଠିଆ ହୋଇଗଲେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ମିଳିଯିବ । ଆଗରେ ଥିବା ଶ୍ରଦ୍ଧାଳୁ ଓ ପଛରେ ଥିବା ଶ୍ରଦ୍ଧାଳୁ ସମସ୍ତେ ମହାପ୍ରଭୁଙ୍କ ଆଖି ପୂରାଇ ବାହାର କାଠ ପାଖରୁ ଠାକୁର ଦର୍ଶନ କରିପାରିବେ । ପ୍ରାୟ ୧୫ରୁ ୧୩ ଫୁଟ ପର୍ଯ୍ୟନ୍ତ ଲମ୍ବା ୬ ଥାକିଆ ର୍ୟାମ୍ପ ଯୁକ୍ତ ବ୍ୟାରିକେଡ୍ କରାଯାଇଛି । ଯେପରି ପ୍ରେକ୍ଷାଳୟରେ ସିଟ୍ଗୁଡ଼ିକ ପଛକୁ ଉଚ୍ଚ ହୋଇଥାଏ ଠିକ୍ ସେହିପରି ଏହି ର୍ୟାମ୍ପ ପଛକୁ ପଛ ୪ଇଞ୍ଚ ଲେଖାଏଁ ଉଚ୍ଚ ହୋଇ ୬ ଥାକରେ ରହିଛି ।

Leave a Reply

Your email address will not be published. Required fields are marked *