Thu. Oct 23rd, 2025

ନ୍ୟୁଜ ଡେକ୍ସ: ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା ଯାହା ଆଜିଠାରୁ ଲାଗୁ ହେବ । ଫଳରେ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ବିକଳାଙ୍ଗ ଥିବା ଭିନ୍ନକ୍ଷମ ଉପକୃତ ହେବେ।

୪ ଲକ୍ଷ ୧୫ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଲାଭବାନ ହେବେ ବୋଲି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ବିଜେପି ସରକାର ଆସିବା ପରେ ଭତ୍ତା ଟଙ୍କା ୩୫୦୦କୁ ବୃଦ୍ଧି କରିବା ନିଷ୍ପତ୍ତିକୁ ଗତ ୩ ତାରିଖରେ କ୍ୟାବିନେଟରେ ମୋହର ମାରିଥିଲେ ରାଜ୍ୟ ସରକାର । ଯାହାକୁ ଆଜି ଲୋକଙ୍କ ଖାତାକୁ ଚଢିବ ।

ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଏହି ଭତ୍ତା ପ୍ରଦାନ କରାଯିବ । ଏହା ଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତରେ ଥିବା ବେଳେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *