Thu. Oct 23rd, 2025

ନ୍ୟୁଜ ଡେକ୍ସ: ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିବା ଅଭିଯୋଗରେ ଏହି ରେଡ୍ କରାଯାଉଛି । ବ୍ରଜ ଦାସଙ୍କ ଘରେ ଏବଂ ସିଟି ଷ୍ଟେସନ୍ ନିକଟସ୍ଥ ଭଡ଼ା ଘରେ ଶୁକ୍ରବାର ରେଡ୍ କରାଯାଉଛି ।

୧୦ଟି ଇନୋଭା ଗାଡ଼ିରେ ଆୟକର ବିଭାଗର ଟିମ୍ ଆସି ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଚଢାଉ କରୁଛନ୍ତି । ଭୁବନେଶ୍ବର ଓ ଛତିଶଗଡ଼ ଆୟକର ଟିମ୍‌ର ମିଳିତ ଚଢ଼ାଉ ଜାରି ରହିଛି। ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ କରାଯାଉଥିବା ସୂଚନା ରହିଛି। ସମ୍ୱଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଏହି ରେଡ୍ କରାଯାଉଛି ।

୧୦ଟି ଇନୋଭା ଗାଡିରେ ବାହାରୁ ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି । ତେବେ ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ଜଣାପଡିଛି । ରାଜ୍ୟର ୪୪ଟି ସ୍ଥାନରେ ଆୟକର ବିଭାଗର ଏକକାଳୀନ ଚଢ଼ାଉ କରୁଛି। ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼ ସମେତ ୪୪ଟି ସ୍ଥାନରେ ରେଡ୍ ଚାଲିଛି।

Leave a Reply

Your email address will not be published. Required fields are marked *