ନ୍ୟୁଜ ଡେକ୍ସ: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍। ସୁଭଦ୍ରା ଯୋଜନାରେ ସାମିଲ ହେଲେ ୧୭ ହଜାର ମହିଳା। ଅପ୍ଟ ଆଉଟ୍ ହୋଇଥିବା ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି। ସମୁଦାୟ ୩୧ ହଜାର ଅପ୍ଟ ଆଉଟ୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୭ ହଜାରଙ୍କୁ ସାମିଲ କରାଗଲା।
ବାକି ୧୪ ହଜାର ମହିଳା ଅପ୍ଟ୍ ଇନ୍ କରିନପାରନ୍ତି। ସେମାନେ ଆୟକର ବର୍ଗର ହୋଇ ଥାଇପାରନ୍ତି। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ଦିନ ଭିତରେ ୩୧ ହଜାର ମହିଳା ଅପ୍ଟ ଆଉଟ୍ ହୋଇଥିଲେ । ସେଥିରୁ ପୁଣି ୧୭ ହଜାର ମହିଳା ମିଶିଛନ୍ତି । ବାକି ୧୪ ହଜାର ମହିଳା ଅପ୍ଟ ଇନ୍ ନ କରିପାରନ୍ତି । ବୋଧହୁଏ ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି ।
ତେଣୁ ଅପ୍ଟ ଇନ୍ କରିନାହାଁନ୍ତି । ସେହିପରି ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳା କେୱାଇସି ଅପ୍ଡେଟ୍ କରିନାହାନ୍ତି । ତେଣୁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପ୍ଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା । ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ତା’ ପୂର୍ବରୁ କେୱାଇସି ଅପଡେଟ୍ କରନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
