ନ୍ୟୁଜ ଡେକ୍ସ: ସମଗ୍ର ଓଡ଼ିଶାରେ ପକ୍ଷୀ ଗଣନା ଚାଲିଛି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଆନୁକୂଲ୍ୟ ଚିଲିକାରେ ଚାଲିଛି ପକ୍ଷୀଗଣନା । ବାଲୁଗାଁ, ସାତପଡ଼ା, ରମ୍ଭା, ଚିଲିକା ଓ ଟାଙ୍ଗୀ ଆଦି ପାଞ୍ଚଟି ରେଞ୍ଜରେ ୨୧ଟି ଟିମ୍ର ମୋଟ ୧୧୫ ଜଣ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯିବ ।
ପକ୍ଷୀଗଣନାରେ ଭିତରକନିକାର ୫ଟି ରେଂଜରେ ୧୮ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ବଣାଇ ଡିଭିଜନ୍ର ୭ଟି ରେଂଜରେ ୧୮ ଟିମ୍ ସାମିଲ ହୋଇଛନ୍ତି । ସେହିପରି ଚିଲିକାର ୫ଟି ରେଂଜରେ ୨୧ ଟିମ୍ ଦ୍ବାରା ପକ୍ଷୀ ଗଣନା ଜାରି ରହିଥିବା ବେଳେ ସମ୍ବଲପୁର ହୀରାକୁଦ ଡ୍ୟାମ୍ରେ ୩୨ଟି ଟିମ୍ ପକ୍ଷୀଗଣନା କରୁଛନ୍ତି । ଏଥିସହ ପୁରୀ ବନଖଣ୍ଡର ୫ଟି ରେଂଜରେ ୨୫ ଟିମ୍ ନିୟୋଜିତ ଅଛନ୍ତି ।
ପ୍ରୟୋଗ ସହ ବର୍ଷକ ମଧ୍ୟରେ ୧୦ଟି ବିଦେଶାଗତ ପ୍ରଜାତିଙ୍କଠାରେ ସାଟେଲାଇଟ୍ ରିଂ ଲଗାଯିବ। ସେମାନେ କେଉଁଠାରୁ ଆସୁଛନ୍ତି, ପ୍ରତିବର୍ଷ ଆସୁଛନ୍ତି କି ନାହିଁ, କେତେ ବାଟ ପର୍ଯ୍ୟନ୍ତ ଯାଉଛନ୍ତି ଆଦି ଅନୁଧ୍ୟାନ କରିବାକୁ ଏହି ରିଂ ଲାଗିବ। ତେବେ ପ୍ରଥମ ପର୍ଯ୍ୟାୟ ପକ୍ଷୀ ଗଣନା ସମୟରେ ୨ ରୁ ୪ ଟି ପ୍ରଜାତି ପକ୍ଷୀଙ୍କଠାରେ ଏହି ରିଂ ଲଗାଇବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

