Thu. Oct 23rd, 2025

ନ୍ୟୁଜ ଡେକ୍ସ: ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଅରିନ୍ଦମ ସିହ୍ନା । ବର୍ତ୍ତମାନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅଛନ୍ତି । ଚଳିତ ମାସ ୧୯ରେ ତାଙ୍କର କାର୍ଯ୍ୟକାଳ ସରୁଥିବାବେଳେ, ୨୦ ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ରହିବେ ଜଷ୍ଟିସ ସିହ୍ନା ।

ବିଜ୍ଞପ୍ତି ଅନୁସାରେ, ଆସନ୍ତା ଜାନୁୟାରୀ ୨୦ତାରିଖରୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ୧୯୬୫ ସେପ୍ଟେମ୍ବର ୨୨ରେ ଜନ୍ମିତ ଜଷ୍ଟିସ ସିହ୍ନା ୧୯୯୧ ମସିହା ମାର୍ଚ୍ଚ ମାସରେ ଓକିଲ ଭାବେ ପଞ୍ଜିକୃତ ହୋଇଥିଲେ ।

କୋଲାକାତା ହାଇକୋର୍ଟରେ ପ୍ରାୟ ୨୨ବର୍ଷ ଧରି ପ୍ରାକ୍ଟିସ କରିବା ପରେ ତାଙ୍କୁ ୨୦୧୩ ଅକ୍ଟୋବର ୩୦ତାରିଖରେ ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ମିଳିଥିଲା । ୨୦୧୬ ମାର୍ଚ୍ଚ ୧୪ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୨୧ ଅକ୍ଟୋବର ୮ତାରିଖରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *