Sat. Feb 21st, 2026

ନ୍ୟୁଜ ଡେକ୍ସ: ଗତବର୍ଷ ତୁଳନାରେ ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା । ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ମୋଟ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଛନ୍ତି । ଅର୍ଥାତ୍ ଗତବର୍ଷ ତୁଳନାରେ ୧୦ ହଜାର ୫୩୧ କମ୍‌ ବିଦେଶୀ ପକ୍ଷୀ ଆସିଛନ୍ତି ।

ତେବେ ପକ୍ଷୀଙ୍କ ସଂଖ୍ୟା କମିଥିଲେ ବି ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ବଢ଼ିଛି । ଗତବର୍ଷ ୧୮୪ ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ବେଳେ ଏଥର ୯ଟି ଅଧିକ ପ୍ରଜାତି ପକ୍ଷୀଙ୍କ ଆଗମନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡିଏଫ୍‌ଓ । ଅନ୍ୟପକ୍ଷରେ ପକ୍ଷୀଙ୍କ ସଂଖ୍ୟା ସିନା କମିଛି ଭିନ୍ନ ପ୍ରଜାତି ସଂଖ୍ୟା ବଢିଛି l ଚିଲିକାକୁ ଚଳିତ ବର୍ଷ ବର୍ଷ ମୋଟ ୧୧,୨୭,୨୨୮ ଦେଶୀ ଓ ବିଦେଶୀ ପକ୍ଷୀ ଆସିଛନ୍ତି।

ଗତବର୍ଷ ତୁଳନାରେ ଚିଲିକାକୁ ୧୦, ୫୩୧ ପକ୍ଷୀ କମ୍‌ ଆସିଥିବା ସୂଚନାରୁ ଜଣାପଡିଛି l ଚଳିତ ବର୍ଷ ବିଶେଷ କରି ଇରାନ, ଇରାକ, ରୁଷ, ମଙ୍ଗୋଲିଆ, ଜାପାନ, ସାଇବେରିଆ, ଆଫଗାନିସ୍ତାନ, କାଜିସ୍ଥାନ ଆଦି ବିଭିନ୍ନ ଅଞ୍ଚଳରୁ ୧୦୯ ପ୍ରଜାତିର ୧୦ଲକ୍ଷ ୮୭ ହଜାର ୨୨୬ ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବେଳେ ୮୭ ପ୍ରଜାତିର ୩୦ ହଜାର ୨ଟି ସ୍ଥାନୀୟ ପକ୍ଷୀ ଆସିଛନ୍ତି।

Leave a Reply

Your email address will not be published. Required fields are marked *