ନ୍ୟୁଜ ଡେକ୍ସ: ଆସନ୍ତା ୨୨ ତାରିଖରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ । କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ଭାବେ ପାଳିତ ହେବ ଏହି ଉତ୍ସବ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏହାର ଆୟୋଜନ କରିବ । ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି । ବେଟି ବଚାଓ ବେଟି ପଢ଼ାଓର ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି ଉତ୍ସବ ପାଳନ ହେବ ।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ୨୦୧୫ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଯୋଜନା । ଶିଶୁ କନ୍ୟାଙ୍କ ଉପରେ ହେଉଥିବା ଭେଦଭାବ ଏବଂ ଝିଅ ସଂଖ୍ୟା କମିବା ଭଳି ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ ସରକାରଏହି ଯୋଜନା ଲାଗୁ କରିଥିଲେ ।
୨୦୧୨ମସିହାରେ ୟୁନିସେଫର ଏହି ରିପୋର୍ଟ ଭାରତକୁ ବିଶ୍ୱର ୧୯୫ଟି ଦେଶ ମଧ୍ୟରେ ୪୧ତମ ସ୍ଥାନ ଦେଇଛି । ଶିଶୁ କନ୍ୟା ପାଇଁ ଲିଂଗଗତ ଅସମାନ୍ୟତା ଦୂର କରିବା ସମାଜରେ ତିଷ୍ଠିରହିବା ଏବଂ ସୁରକ୍ଷା ନିଶ୍ଚିତ କରିବା , ଶିକ୍ଷିତ କରିବା, ପୁଷ୍ଟିକରଣରେ ଉନ୍ନତି, ଏବଂ ଏକ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇବା ଆଦି ପ୍ରଧାନ ବୈଶିଷ୍ଟ୍ୟ ଅଟେ ।
