Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ ।ଅନ୍ୟପଟେ ରାଜ୍ୟରେ ଆଜିଠାରୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି ।

ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବ । ଏହାଫଳରେ ରାତି ତାପମାତ୍ରା ବଢ଼ିବ ଓ ଶୀତ କମିଯିବ।ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ ଏଭଳି ପୂର୍ବାନୁମାନ କରିଛନ୍ତି । ୨୨ ଓ ୨୩ ତାରିଖ ଦୁଇ ଦିନ ଗୁରୁଚାପ ବଳୟର ପ୍ରଭାବ ରହିବ । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବଢ଼ିଯିବ ।

ଏଥିପାଇଁ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ପଶ୍ଚିମା ଝଡ଼ର ପ୍ରଭାବ ରହିଲେ ଏଭଳି ସ୍ଥିତି ବଢ଼ିବ। ୨୧ ତାରିଖରୁ ଦେଶର ଉତ୍ତର ପଶ୍ଚିମ ଭାଗରେ ପଶ୍ଚିମା ଝଡ଼ର ପ୍ରଭାବ ରହିବା ସମ୍ଭାବନା ଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ କମିବା ସହ କୁହୁଡ଼ିର ପ୍ରଭାବ ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

Leave a Reply

Your email address will not be published. Required fields are marked *