ନ୍ୟୁଜ ଡେକ୍ସ: ସଫଳତାର ସହ ସରିଛି ୩ ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ। ଏବେ ରାଜ୍ୟ ସରକାରଙ୍କ ଫୋକସରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ। ସେଥିପାଇଁ ଦେଶର ସବୁ ବଡ଼ ଶିଳ୍ପପତିଙ୍କୁ ସରିଲାଣି ନିମନ୍ତ୍ରଣ। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍ବୋଧନ ଦେବେ । ଏହାପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ ।୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଔଦ୍ୟୋଗିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଦିନ ୧୦ଟା ୩୫ ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।
୧୦ଟା ୫୫ରେ ଜନତା ମଇଦାନ ଯିବେ । ସେଠାରେ ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ସାମିଲ ହେବେ । ଦିନ ୧୧ଟାରୁ ସାଢ଼େ ୧୨ଟା ଯାଏ ସମ୍ମେଳନରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ । ମଧ୍ୟାହ୍ନ ୧୨ଟା ୩୫ରେ ସେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ । ୧୨ଟା ୫୫ ମିନିଟରେ ସେ ବିମାନ ଯୋଗେ ଫେରିଯିବେ ବୋଲି ସୂଚନା ମିଳିଛି ।
