Thu. Oct 23rd, 2025

ନ୍ୟୁଜ ଡେକ୍ସ: ମହିଳାଙ୍କ ବଦଳରେ ପୁରୁଷ କରିଛନ୍ତି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାରେ ଆବେଦନ । ଏ ନେଇ ଚାଞ୍ଚଲ୍ୟକର ତଥ୍ୟଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜଣେ କି ଦୁଇଜଣ ପୁରୁଷ ନୁହେଁ ବରଂ ଏକାସାଙ୍ଗରେ ୧୫୭ ଜଣ ପୁରୁଷ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରିଛନ୍ତି ।

ବ୍ୟାଙ୍କରେ ଆଧାର କାର୍ଡ ଲିଙ୍କର ଡାଟା ଯେତେବେଳେ ସାମ୍ନାକୁ ଆସିଲା ସେତେବେଳେ ଏଭଳି ତଥ୍ୟ ଜଣାପଡିଛି । କେତେକ କ୍ଷେତ୍ରରେ ପୁଅଙ୍କ ନାଁ ଓ ଝିଅଙ୍କ ନାଁ ଏକା ଭଳି ଥାଏ । ବୋଧହୁଏ ସେମାନେ ତୃଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ସୁଭଦ୍ରା ଯୋଜନାରେ ପୁରୁଷଙ୍କ ଆବେଦନ ସରକାରଙ୍କ ନିଦ ଉଡେଇଛି । ଇ-କେୱାଇସି ଯାଞ୍ଚବେଳେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ରାଜ୍ୟ ବାହାରେ କାମ ପାଇଁ ଯାଇଥିବା ଯେଉଁ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ନାହାନ୍ତି, ସେମାନେ ଆବେଦନ କରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ବିଶେଷକରି ଗଂଜାମ, ମୟୁରଭଞ୍ଜ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟର ମହିଳା ରାଜ୍ୟ ବାହାରକୁ ଯାଇଛନ୍ତି। ସେମାନଙ୍କୁ ଏହି ଯୋଜନା ସହ ଯୋଡିବା ପାଇଁ ବିଭାଗ କାମ କରୁଥିବା ପ୍ରଭାତୀ ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *