ନ୍ୟୁଜ ଡେକ୍ସ: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ ପର୍ଯ୍ୟଟକ । କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା।
ନଦୀ ନାଳ ମାନଙ୍କ ରେ ବୋଟ ଚଳାଚଳ ବନ୍ଦ ହେବା ପରେ ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କରାଯାଇଥିଲା । ଅନ୍ୟପଟେ ଏବେ ସରିଛି ଭିତରକନିକାରେ କୁମ୍ଭୀର ଗଣନା । ଚଳିତ ଥର ଗଣନା ଅନୁଯାୟୀ, ଏଥର କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି । ଏଥର ୧୮୨୬ଟି ବଉଳା କୁମ୍ଭୀର ଚିହ୍ନଟ ହୋଇଛନ୍ତି । ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀର ସଂଖ୍ୟାରେ ୧୫ଟି ବୃଦ୍ଧି ଘଟିଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ କୁମ୍ଭୀର ଗଣନା କରାଯାଇଥିଲା।
ଜାତୀୟ ଉଦ୍ୟାନ ତଥା ରାଜନଗର ବନଖଣ୍ଡରେ ଥିବା ୬୧ଟି ନଦୀ, ନାଳ ଓ ମୁହାଁଣରେ ୨୨ଟି ଦଳ ଜାନୁୟାରୀ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରିଥିଲେ। କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଜାନୁୟାରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା।
