Sat. Apr 18th, 2026

ନ୍ୟୁଜ ଡେକ୍ସ: ଆରମ୍ଭ ହୋଇଛି ବିରଳ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା । କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର ଉପକୂଳରୁ ଗୁରୁବାର ବିଲମ୍ବିତ ରାତିରେ ପ୍ରଥମ କରି ଦୁଇଟି ଅଲିଭରିଡଲେ ୧୮୫ଟି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି । ଏହି ସମସ୍ତ ଅଣ୍ଡାକୁ ସଂଗୃହିତ କରାଯାଇ ଚନ୍ଦ୍ରଭାଗା ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ଅଲିଭରିଡଲେଙ୍କ ଅଣ୍ଡାଦାନ ପରେ ଅଣ୍ଡା ଗୁଡିକ ବିଲୁଆ, କୁକୁରଙ୍କ ଠାରୁ ରକ୍ଷା କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ଏହି ଖବରଟିକୁ ପଢନ୍ତୁ-ଶିମିଳିପାଳ ଅଭୟାରଣ୍ୟରେ ଚଢାଉ, ୬୦ ଲକ୍ଷ ଟଙ୍କାର ବେଆଇନ ଅଫିମ ଚାଷ ନଷ୍ଟସୂଚନାନୁଯାୟୀ, ୩୧ତାରିଖ ରାତିରେ ପ୍ରଥମ କରି ଦୁଇଟି ଅଲିଭରିଡଲେ ୧୮୫ଟି ଅଣ୍ଡା ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଅଣ୍ଡାଗୁଡିକ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ସୁରକ୍ଷିତ ଉପାୟରେ ରଖାଯାଇଛି। ଏହି ଅଣ୍ଡାରୁ ଆସନ୍ତା ୪୫ ରୁ ୬୦ ଦିନ ମଧ୍ୟରେ ଛୁଆ ଫୁଟିବା ପରେ ସୁରକ୍ଷିତ ଭାବେ ଅଲିଭରିଡଲେ ଶାବକମାନଙ୍କୁ ଗଭୀର ସମୁଦ୍ରକୁ ଛଡ଼ାଯିବ।

ଏନେଇ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି। କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ସୂଚନା ମୁତାବକ, ଯେପରି ଅଲିଭରିଡଲେଙ୍କ ଅଣ୍ଡାଦାନ ପରେ ଅଣ୍ଡା ଗୁଡିକ ବନ୍ୟଜନ୍ତୁ ମାନେ ନଷ୍ଟ ନକରି ଦିଅନ୍ତି ସେନେଇ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି ଅଣ୍ଡାରୁ ଆସନ୍ତା ୬୦ ଦିନ ମଧ୍ୟରେ ଛୁଆ ଫୁଟିବା ପରେ ସୁରକ୍ଷିତ ଭାବେ ଅଲିଭରିଡଲେ ଶାବକମାନଙ୍କୁ ଗଭୀର ସମୁଦ୍ରକୁ ଛଡ଼ାଯିବ ।

Leave a Reply

Your email address will not be published. Required fields are marked *