ନ୍ୟୁଜ ଡେକ୍ସ: ରାଜ୍ୟରେ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଛି । ଆସନ୍ତା ୫ ଦିନ ପରେ ଆହୁରି ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି । ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଦିନ ତାପମାତ୍ରା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା ।
ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକା ରହିବ।ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିବ। କିଛି ସ୍ଥାନରେ ଗରମ ଅନୁଭବ ହୋଇଛି। ଗତକାଲି ଦିନ ସାଢେ ୧ଟା ସୁଦ୍ଧା ୩୧ ଡିଗ୍ରୀ ଅତିକ୍ରମ କରିଥିଲା ରାଜଧାନୀ ଭୁବନେଶ୍ୱର ତାପମାତ୍ରା। ଆଗାମୀ ୫ ରୁ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତି ତାପମାତ୍ରା କମିବ ନାହିଁ କି ଥଣ୍ଡା ଅନୁଭୂତ ହେବନାହିଁ । ସେପଟେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଫେବୃଆରୀ ୧ ତାରିଖରେ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ମୟୂରଭଞ୍ଜରେ ଘନ କୁହୁଡି ସତର୍କତା । ୨ ତାରିଖରେ ୫ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା ।କିଛି ସ୍ଥାନରେ ଜିରୋ ଭିଜିବିଲିଟି ନେଇ ଆଲର୍ଟ ଜାରି ।
ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ବିଭାଗ ।ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ତାପମାତ୍ରାରେ ବିଶେଷ ପରିବର୍ତ୍ତନ ରହିବନି । ବାୟୁମଣ୍ଡଳକୁ ପଶ୍ଚିମା ବାୟୁ ପ୍ରଭାବରେ ସାମାନ୍ୟ ବ୍ୟତିକ୍ରମ ରହୁଛି । ସମୁଦ୍ର ମଧ୍ୟରୁ ଆସୁଥିବା ପବନ ଫଳରେ କୁହୁଡି ହେଉଛି । ତେବେ କିଛି ଦିନ ପାଗ ଗରମ ରହିବା ସହ କିଛି ଦିନ କୋହଲା ମଧ୍ୟ ରହିବ । ୧ ତାରିଖ ଠାରୁ କୁହୁଡିର ପ୍ରଭାବ ଅଧିକ ରହିବ । ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ଆମ ବାୟୁ ମଣ୍ଡଳ ଉପରେ ପଡ଼ୁଥିବା ବେଳେ ଫେବୃୟାରୀରେ ଅଧିକ ଗରମ ହେବା ନେଇ ଅନେକ ବିଶେଷଜ୍ଞ ମଧ୍ୟ ଚର୍ଚ୍ଚା କରୁଛନ୍ତି ।

