ନ୍ୟୁଜ ଡେକ୍ସ: ପୁଣି ଲାଲବାହିନୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କ ଗଳାକାଟି ନିର୍ମମ ହତ୍ୟା କଲେ ମାଓବାଦୀ ।ମୃତକ ଦୁଇ ଜଣ ମାଡଭି ମୁନ୍ନା ଓ କାରାମ ରାଜୁ ବୋଲି ଜଣାପଡିଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ତରେମ ଥାନା ଅନ୍ତର୍ଗତବୁଦୁଗିଚେରୁ ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ଉଭୟଙ୍କୁ ଘରୁ ଅପହରଣ କରି ପ୍ରଥମେ ଜଙ୍ଗଲକୁ ନେଇଯାଇଥିଲେ ମାଓବାଦୀ। ପୋଲିସକୁ ଲଗାତାର ସୂଚନା ଦେଉଥିବା ଅଭିଯୋଗରେ ପ୍ରଥମେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ପାଇଁ ମାଓବାଦୀ ସଂଗଠନର ବହୁ କ୍ଷତି ହୋଇଥିବା କହି ଦୁଇ ଗ୍ରାମବାସୀଙ୍କୁ ମତ୍ୟୁ ଦଣ୍ଡ ଦେଇଥିଲେ । ଦୁହିଁଙ୍କୁ ହତ୍ୟା କରି ଗ୍ରାମରେ ଆଣି ଫିଙ୍ଗି ଦେଇ ଚାଲି ଯାଇଥିଲେ ମାଓବାଦୀ । ଆଜି ସକାଳେ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ସାଧାରଣ ଆଦିବାସୀଙ୍କୁ ଘରୁ ଡାକି ନେଇ ଗଳାକାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ତାରେମ ଥାନା ଅନ୍ତର୍ଗତ ତାଲାବପାଡା ଓ ନୟାପାଡା ଗ୍ରାମର ମାଡଭି ମୁନ୍ନା ଓ କାରାମ ରାଜୁ ବୋଲି ଜଣାପଡିଛି। ହତ୍ୟାକାଣ୍ଡ ସୂଚନା ମିଳିବା ପରେ ଉଭୟ ଗାଁରେ ପୋଲିସ ପହଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
