ନ୍ୟୁଜ ଡେକ୍ସ: ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।
ମାଲକାନଗିରି, ଜୟପୁର ଏବଂ ଭୁବନେଶ୍ୱରର ମୋଟ ୭ ଟି ସ୍ଥାନରେ ବୁଧବାର ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଶାନ୍ତନୁ ମହାପାତ୍ରଙ୍କ ଜୟପୁର ପାଓ୍ବାର ହାଉସ୍ ଘର ସମେତ ଅନ୍ୟ ସ୍ଥାନରେ ବି ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।
ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱରର ସମେତ ୮ଟି ସ୍ଥାନରେ ରେଡ୍ ଜାରି ରହିଛି । ଚଢାଉ ବେଳେ ପ୍ରକଳ୍ପ ଉପ-ନିର୍ଦ୍ଦେଶକଙ୍କ ଜୟପୁର ଘରୁ ପୁଳାପୁଳା ଟଙ୍କା ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ନେଇ ସୂଚନା ମିଳିଛି ।
