ନ୍ୟୁଜ ଡେକ୍ସ: ରାଜ୍ୟରେ ଏବେଠାରୁ ୩୬ ଡିଗ୍ରୀ ପାର କଲାଣି ପାରଦ। ପ୍ରଚଣ୍ଡ ଗରମରେ ସିଝିଲାଣି ଓଡିଶା। ୧୦ ସହରରେ ତାତି ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି । ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି। ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬ ଡିଗ୍ରୀ ପାର କଲାଣି ପାରଦ।
୬ ତାରିଖରେ ଭଦ୍ରକ, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ ଓ ଢ଼େଙ୍କାନାଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୭ ତାରିଖରେ କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି । ବୁଧବାର ମାଲକାନଗିରି ଓ ବଲାଙ୍ଗିରରେ ତାତି ସବୁଠୁ ଅଧିକ ୩୬ ଡିଗ୍ରୀ ରେକର୍ଡ ହୋଇଛି ।
ସମ୍ବଲପୁର, ହୀରାକୁଦ ଓ ଝାରସୁଗୁଡ଼ାରେ ୩୫.୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୩୫.୫, ସୋନପୁରରେ ୩୫.୨, ଅନୁଗୁଳରେ ୩୫.୧ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱର, ତାଳଚେର ଓ ବୌଦ୍ଧରେ ୩୩.୮, କୋରାପୁଟରେ ୩୩.୨, ଫୁଲବାଣୀରେ ୩୨.୯, ଯାଜପୁରରେ ୩୨.୮, ବାରିପଦାରେ ୩୨.୬, ଛତ୍ରପୁରରେ ୩୨.୭, କେନ୍ଦୁଝରରେ ୩୨.୩, କଟକ ଓ ପୁରୀରେ ୩୧.୮, ଦାରିଙ୍ଗିବାଡ଼ିରେ ୩୧.୫ଡିଗ୍ରୀ ରେକର୍ଡ ହୋଇଛି।
