ନ୍ୟୁଜ ଡେକ୍ସ: ବଦଳିବ ‘ମୋ ବସ୍’ର ନାଁ । ‘ମୋ ବସ୍’ ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍’ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ‘ମୋ ବସ୍’ ଏକ ଅହଂକାର ଶବ୍ଦ । ମୋହନ ସରକାର ଲୋକଙ୍କ ସରକାର । ତେଣୁ ମୋ ବଦଳରେ ଆମର କହିବା ଠିକ୍ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମହାପାତ୍ର ।
ପୂର୍ବ ସରକାରକୁ କଟାକ୍ଷ- ‘ମୋ ବସ୍’ ଏକ ଅହଂକାର ଶବ୍ଦ କହିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ୍ ହେବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ।ଗତ କିଛି ଦିନ ହେବ ଲଗାତାର ମୋ ବସ୍ ଦୁର୍ଘଟଣା ଘଟାଉଥିବା ଖବର ସାମ୍ନାକୁ ଆସୁଛି ।
ତେବେ ଏନେଇ ଆଜି ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ରୋକିବାକୁ ବସ୍ର ଆଗରେ ଓ ପଛରେ କ୍ୟାମେରା ଲାଗିବ । ସୂଚନାଯୋଗ୍ୟ, ‘ମୋ ବସ୍’ ଲୋକଙ୍କୁ ସୁବିଧା ଯୋଗାଉଥିବା ବେଳେ ତାହା ଆଗକୁ ଜାରି ରହିବ । ଆବଶ୍ୟକ ପଡ଼ିଲେ ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆଗାମୀ ଦିନରେ ‘ମୋ ବସ’ଗୁଡ଼ିକ ବୈଦ୍ୟୁତ ବସ୍ ହେବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
