ନ୍ୟୁଜ ଡେକ୍ସ: ବଡ ଧରଣର ଏନକାଉଣ୍ଟର । ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ । ଜଣେ ଯବାନ ଗୁରୁତର ଆହତ । ଆହତ ଯବାନଙ୍କୁ କରାଯାଉଛି ଏୟାରଲିପ୍ଟ । ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏନ୍କାଉଣ୍ଟର୍ ।
ଘଟଣାସ୍ଥଳରେ ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି । ଆଜି ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଏହି ଏନ୍କାଉଣ୍ଟର ହୋଇଥିଲା। ବିଭିନ୍ନ ସୁରକ୍ଷା ବଳର ଯବାନମାନେ ମିଳିତ ଭାବେ ଏଥିରେ ସାମିଲ ହୋଇଥିଲେ।ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି, ଗୁଳିବିନିମୟରେ ମୋଟ ୩୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।ସମସ୍ତଙ୍କ ମୃତଦେହକୁ ଜବତ କରାଯାଇଛି। ଆମେ ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛୁ।
ଏକନ୍କାଉଣ୍ଟର ସ୍ଥଳରୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି ବୋଲି ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ବହୁ ମାତ୍ରାରେ ଏକେ-୪୭, ଏସ୍ଏଲ୍ଆର, ଇନ୍ସାସ୍ ରାଇଫଲ, .୩୦୩ ଓ ବିଜିଏଲ୍ ଲଞ୍ଚର ରହିଛି। ଏନକାଉଣ୍ଟରରେ ଆହତ ହୋଇଥିବା ଯବାନମାନେ ବିପଦମୁକ୍ତ ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅତିରିକ୍ତ ସୁରକ୍ଷା ବଳକୁ ଘଟଣାସ୍ଥଳକୁ ପଠାଯାଇଛି। ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।
