ନ୍ୟୁଜ ଡେକ୍ସ: ମୁଣ୍ଡ ନେଲା ପୁରୀ ବାଇପାସ୍ ରାସ୍ତା। ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା କାର୍। ଚାଲିଗଲା ତିନି ଜଣଙ୍କ ଜୀବନ। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ଏକ ବାକରେ ଯାଉଥିଲ। ହେଲେ ପୁରୀ ବାଇପାସ ସାଇମନ୍ଦିର ନିକଟରେ ବାଇକକୁ ଧକ୍କା ଦେଇଥିଲା କାର୍। ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। କାର୍ ମାଲିକଙ୍କୁ ଅଟକ ରଖିଛି ପୋଲିସ। କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା। ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ଭୁବନେଶ୍ୱରରେ ଆଉ ଏକ ଦୁର୍ଘଟଣା ଘଟିଛି। ୟୁନିଟ ୪ ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସି ବିଏମଡବ୍ଲୟୁ କାରଟି ରାସ୍ତାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଘରେ ପଶିଥିଲା। ସମସ୍ତେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। ଏହି ଦୁର୍ଘଟଣାରେ ଗାଡି ମାଲିକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି। ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
