Thu. Oct 23rd, 2025

ନ୍ୟୁଜ ଡେକ୍ସ: ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଲା ମାଟ୍ରିକ୍‌ ଆଡମିଟ୍‌ କାର୍ଡ। ୨୧ ତାରିଖରୁ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷାର ଆଡମିଟ୍‌ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍‌ କାର୍ଡ ବୋର୍ଡ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

ଉଭୟ ଅନଲାଇନ ଏବଂ ଅଫଲାଇନରେ ଆଡମିଟ କାର୍ଡ ମିଳିବ ।ମାଟ୍ରିକ୍‌ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡ ୱେବସାଇଟରୁ ଉପଲବ୍ଧ ହୋଇଛି। ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନଶିକ୍ଷକମାନେ ସ୍କୁଲ କୋର୍ଡ ଏବଂ ପାସୱାର୍ଡ ଦେଇ www.bseodisha.ac.in ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ଛାତ୍ରଛାତ୍ରୀମାନେ ନିଜ ନାମ ଏବଂ ବାପାଙ୍କ ନାମ ବୋର୍ଡ ୱେବସାଇଟରେ ଦାଖଲ କରି ଆଡ୍‌ମିଟ୍ କାର୍ଡ ପାଇପାରିବେ।

ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୧୦ ହଜାର ୭୭୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍‌ ପରକ୍ଷା ଦେବା ଲାଗି ଆବେଦନ କରିଛନ୍ତି। ଏସ୍‌ଓଏସ୍‌ସି ପରୀକ୍ଷା ପାଇଁ ୭୮୩୧ ଜଣ ଓ ମଧ୍ୟମା ପରୀକ୍ଷା ପାଇଁ ୩ ହଜାର ୭୯୨ ଜଣ ଆବେଦନ କରିଥିବା ସୂଚନା ମିଳିଛି। ଏସବୁ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି।

Leave a Reply

Your email address will not be published. Required fields are marked *