ନ୍ୟୁଜ ଡେକ୍ସ: ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର। କଡ଼ାକଡ଼ି ସୁରକ୍ଷାରେ ଏହି ପ୍ରଶ୍ନପତ୍ରକୁ ହବକୁ ପଠାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନ ହବକୁ ପ୍ରଶ୍ନପତ୍ର ଯାଇଛି। ତେବେ ଚଳିତ ଥର ୨୦୫ଟି ପରୀକ୍ଷା ହବ କରାଯାଇଛି। ଏଥିପାଇଁ ଆଜିଠୁ ପରୀକ୍ଷା ହବ୍ ଗୁଡିକୁ +୨ ପରୀକ୍ଷା ପ୍ରଶ୍ନପତ୍ର ଯିବା ଆରମ୍ଭ ହୋଇଛି ।
କଡା ସୁରକ୍ଷା ମଧ୍ୟରେ ୧୦ଟି ରୁଟ ଦେଇ ଏହି ପ୍ରଶ୍ନପତ୍ରଗୁଡିକୁ ପରୀକ୍ଷା ହବକୁ ନିଆଯାଉଛି । କଡା ସୁରକ୍ଷା ବଳୟ ଭିତରେ ରାଜ୍ୟରେ ଥିବା ୨୦୫ଟି ହବରେ ଏହି ପ୍ରଶ୍ନପତ୍ର ରଖାଯିବ । ପରୀକ୍ଷା ଦିନ ପ୍ରଶ୍ନପତ୍ରକୁ ହବରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ସେପଟେ ଏଥର ପରୀକ୍ଷା ଜଗିବ ସିସିଟିଭି । ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ ।
ଏଥିସହ ପ୍ରଶ୍ନପତ୍ର ଲିକ୍ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । କପି ରୋକିବା ନେଇ ୫ ସ୍ତରୀୟ ବ୍ୟବସ୍ଥା ସହିତ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ ହୋଇଛି । ବଡ଼ ବଡ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ସ୍କ୍ୱାଡ୍ ଜଗିବେ । ପରୀକ୍ଷା ପରିଚାଳନା ଉପରେ କଡ଼ା ନଜର ରଖିବ ସ୍କ୍ୱାଡ୍ । ଏନେଇ ସମସ୍ତ ଖର୍ଚ୍ଚ ବହନ କରିବ ସିଏଚଏସଇ ବୋଲି ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡ଼ା ସୂଚନା ଜାରି କରିଥିଲେ।
