Thu. Oct 23rd, 2025

ନ୍ୟୁଜ୍ ଡେକ୍ସ୍: ଭୀମ୍‌ସାରରେ ପୁଣି ରାଗିଂ ହୋଇଥିବା ଅଭିଯୋଗ। ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରମାନେ ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି।

ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରର ମାଁ ଅଧ୍ୟକ୍ଷଙ୍କ ପାଖରେ ମୌଖିକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆଣ୍ଟିଂ ରାଗିଂ ସେଲ୍ ବୈଠକ ପରେ ସବ୍ କମିଟି ଗଠନ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ।ସୂଚନା ମୁତାବକ, ରାଗିଂର ଶିକାର ହୋଇଥିବା ଦ୍ବିତୀୟ ବର୍ଷର ଛାତ୍ର ହଷ୍ଚେଲରେ ରହୁଥିଲେ । ସେ ହଷ୍ଚେଲରେ ଥିବାବେଳେ ତୃତୀୟ ବର୍ଷର କିଛି ଛାତ୍ର ପହଞ୍ଚି ତାଙ୍କୁ ଚିହ୍ନିଛ କି ବୋଲି ପଚାରିଥିଲେ ।

ଦ୍ବିତୀୟ ବର୍ଷର ଛାତ୍ର ଜଣକ ମନା କରିବା ପରେ ମାର ପିଟ କରିବା ସହ ଗାଲି ଗୁଳଜ କରିଥିଲେ । ଫଳରେ ଛାତ୍ର ଜଣକ ପରିବାରରେ ଜଣାଇବା ପରେ ତାଙ୍କ ମାଆ କଲେଜ ଅଧ୍ୟକ୍ଷଙ୍କ ପାଖରେ ମୌଖିକ ଅଭିଯୋଗ କରିଛନ୍ତି । ଫଳରେ ଆଣ୍ଟିଂ ରାଗିଂ ସେଲର ବୈଠକ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ଆଣ୍ଟିଂ ରାଗିଂ ସେଲ୍ ବୈଠକ ପରେ ସବ୍ କମିଟି ଗଠନ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ।

Leave a Reply

Your email address will not be published. Required fields are marked *