Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ଅସହ୍ୟ ତାତି। କଲବଲ କଲାଣି ଖରା। ବୁଧବାର ଝାରସୁଗୁଡ଼ାରେ ୩୭ ଡିଗ୍ରୀ ସେଲସିୟସ୍, ଭୁବନେଶ୍ବରରେ ୩୪ ଡିଗ୍ରୀ ଡେଇଁଲା ତାପମାତ୍ରା। ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରେ ପ୍ରଚଣ୍ଡ ଖରାକୁ ନେଇ ଚିନ୍ତାରେ ଜନସାଧାରଣ।

ଆସନ୍ତା ୪ ଦିନ ରାତିରେ ପାରଦ ୫ ଡିଗ୍ରୀ ତଳକୁ ଖସିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଏବେ ପର୍ଯ୍ୟନ୍ତ ସବୁଠୁ ଉତପ୍ତ ସହରର ଭାରେ ରହିଛି ଝାରସୁଗୁଡା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ଏହାବ୍ୟତୀତ ଭଦ୍ରକରେ ୩୬.୨, ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ୩୫.୫, ଭୁବନେଶ୍ବରରେ ୩୪.୮ ଓ ଖୋର୍ଦ୍ଧାରେ ୩୪ ଡିଗ୍ରି ଲେଖାଏଁ ରହିଥିଲା ।

ଆଉ ଗତକାଲି ରାତିର ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ବହୁ ଅଧିକ ରହିଥିଲା ।ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ପରବର୍ତ୍ତୀ ସମୟରେ ରାତି ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।

Leave a Reply

Your email address will not be published. Required fields are marked *