Sun. Feb 22nd, 2026

ନ୍ୟୁଜ ଡେକ୍ସ: ଆଜି ବଜେଟ ଅଧିବେଶନର ତୃତୀୟ ଦିନରେ ବି ବିରୋଧୀଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। କାଲି ପରି ଆଜି ମଧ୍ୟ ଗୃହ ଆରମ୍ଭରୁ ହିଁ ବିଧିଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିଲାନାହିଁ।

ଫଳରେ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି। ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ବିଧାନସଭାରେ ଅଚଳାବସ୍ଥା।ଗୃହକାର୍ଯ୍ୟ ଆରମ୍ଭରୁ ହୋହାଲ୍ଲା ନାରାବାଜି। ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ପ୍ରଶ୍ନକାଳ। ମଣ୍ଡି ସମସ୍ୟା, କଟନି ଛଟନୀ ଏବଂ ଚାଷୀ ମାରଣା ନୀତିକୁ ନେଇ ବିଜେଡିର ହଟ୍ଟଗୋଳ।

ସେପଟେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ନେଇ କଂଗ୍ରେସ ବିକ୍ଷୋଭ କରିଛି। ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧୀ ଜୋରଦାର୍ ହଙ୍ଗାମା କରିଛନ୍ତି। ଯାହାଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *