Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁରୀ ରଥଯାତ୍ରା ପାଇଁ ଲାଗିବ ଏଆଇ କ୍ୟାମେରା । ରଥଯାତ୍ରା ପାଇଁ ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ଏହି ଏଆଇ କ୍ୟାମେରା ଲାଗିବ । ଜାତୀୟ ରାଜପଥ ଓ ବଡ଼ଦାଣ୍ଡରେ ଏଆଇ କ୍ୟାମେରା ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେିଛନ୍ତି ପୁରୀ ଏସ୍‌ପି ।

ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ଦାଣ୍ଡରେ ଲାଗିବ ଏଆଇ କ୍ୟାମେରା । ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି ।ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର କ୍ୟାମେରା ।

ଏଥିସହିତ ଟ୍ରାଫିକ ସମସ୍ୟାର ସୁପରିଚାଳନା, ଦଳାଚକଟା ଭଳି ପରିସ୍ଥିତିକୁ ଏଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଗାଡି ପାର୍କିଂ, ଅତି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ବତନ୍ତ୍ର ହେଲିପ୍ୟାଡ୍‌, ପୋଲିସ ଫୋର୍ସଙ୍କ ରହଣୀ ପାଇଁ ସ୍ବତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ଼ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ସମାଧାନ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ସୁବିଧା ଆଦି ଉପରେ ବିଶେଷ ଗୁରୁତ୍ବ ଦେିଛି ପ୍ରଶାସନ ।

Leave a Reply

Your email address will not be published. Required fields are marked *