Sat. Feb 21st, 2026

ନ୍ୟୁଜ ଡେକ୍ସ: ଥମୁନି ହାତୀ ମୃତ୍ୟୁ। ଦେବଗଡ଼ରେ ପୁଣି ହାତୀ ମୃତ୍ୟୁ ହୋଇଥିବା ସୂଚନା ଆସିଛି। ରିଆମାଳ ରେଂଜ କୁଣ୍ଢେଇଗୋଳା ସେକ୍ସନ୍ ଗରିଆପାଲୀ ଗାଁ ରାସ୍ତାରୁ ହାତୀ ମୃତଦେହ ଠାବ ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଖବର ଅନୁଯାୟୀ, ଦେବଗଡ଼ ଫରେଷ୍ଟ ଡିଭିଜନ୍ ରିଆମାଳ ରେଞ୍ଜ ଗରିଆପାଲି ଗାଁରେ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଗ୍ରାମବାସୀମାନେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ତେବେ ହାତୀ ମୃତଦେହ ନିକଟରେ ବାର୍ହା ଶୀକାର ପାଇଁ ବିଛାଯାଇଥିବା ଆବଶ୍ୟକ ବିଦ୍ୟୁତ ସରଞ୍ଜାମ ପଡିଥିବାର ଦେଖିବାକୁ ମିଳିଛି ।

ଯାହାକୁ ନେଇ ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ବହୁ ଦିନ ହେଲା ସଂପୃକ୍ତ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ଦନ୍ତାଟି ରହୁଥିଲା । ସୋମବାର ବିଳମ୍ବିତ ରାତିରେ ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *