ନ୍ୟୁଜ ଡେକ୍ସ: ପୁଣି ବଢିଲା ଶ୍ରୀମନ୍ଦିର ସୁରକ୍ଷା। ମନ୍ଦିର ଭିତରେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରି ଉତ୍ତରଦ୍ୱାରରେ ବାହାରକୁ ବାହାରିବା ବେଳେ ଶ୍ରୀମନ୍ଦିର କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲେ। ସେହିଭଳି ଅନ୍ୟ ଜଣେ ବିଦେଶୀ ପର୍ଯ୍ୟଟକ ଉତ୍ତରଦ୍ୱାର ଦେଇ ପ୍ରବେଶ ଉଦ୍ୟମ କରୁଥିବା ବେଳେ କର୍ମଚାରୀ ଓ ସେବାୟତମାନେ ପ୍ରତିବାଦ କରିବାରୁ ସେ ଫେରିଥିଲେ। ତେବେ ସେ କେଉଁଠାରୁ ଆସିଥିଲେ ।
ତାଙ୍କ ପରିଚୟ ସ୍ପଷ୍ଟ ଜଣାପଡିନାହିଁ । ତାଙ୍କୁ ବି ଅଟକାଇ ଯାଞ୍ଚ କରାଯାଇନାହିଁ । ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଏସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କୌଣସି ଖବର ନଥିବା କହିଛନ୍ତି ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି । ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ସ୍ଥାନ । ଏହା ଉପରେ ଆତଙ୍କବାଦୀଙ୍କ ଟାଗେର୍ଟ ରହିଥିବା ନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ସର୍ବଦା ଜିଲ୍ଲା ପୁଲିସକୁ ସତର୍କ ରହିବାକୁ ପରାମର୍ଶ ଦେଇଥାନ୍ତି । ଏପରିକି ହିନ୍ଦୁ ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ କଟକଣା ରହିଛି । ଏହା ସତ୍ତେ୍ୱ କିଭଳି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରକୁ ପ୍ରବେଶ କରି ଉତ୍ତରଦ୍ୱାର ଦେଇ ବାହାରିବା ସମସ୍ତଙ୍କୁ ଚକିତ କରିଛି ।
ଉକ୍ତ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସୁଆର ସେବକ ମଧୁସୂଦନ ମହାସୁଆର । ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ସ୍ଥାନ। ଏହା ଉପରେ ଆତଙ୍କବାଦୀଙ୍କ ଟାଗେର୍ଟ ରହିଥିବା ନେଇ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ସର୍ବଦା ଜିଲ୍ଲା ପୋଲିସକୁ ସତର୍କ ରହିବାକୁ ପରାମର୍ଶ ଦେଇଥାନ୍ତି। ଏପରିକି ହିନ୍ଦୁ ମନ୍ଦିରରେ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ କଟକଣା ରହିଛି। ଏହା ସତ୍ତ୍ୱେ କିଭଳି ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରକୁ ପ୍ରବେଶ କରି ଉତ୍ତରଦ୍ୱାର ଦେଇ ବାହାରିବା ସମସ୍ତଙ୍କୁ ଚକିତ କରିଛି।
