Thu. Oct 23rd, 2025

ନ୍ୟୁଜ ଡେକ୍ସ: କଟକରେ ଅଘଟଣ। ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲା ନାବାଳକ । ଉଦ୍ଧାର ହେଲା ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ପଶ୍ଚିମବଙ୍ଗର ଅଙ୍କନ ଦତ୍ତ (୧୭) ବୋଲି ଜଣାପଡ଼ିଛି । ନାବାଳକର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ପୁରୀଘାଟ ଥାନା ଅନ୍ତର୍ଗତ ମଠସାହିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ପୁରୀଘାଟ ଥାନା ମଠ ସାହିରେ ନାବାଳକର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ପଶ୍ଚିମବଙ୍ଗରୁ ଆସି ପରିବାର ସହିତ ଗୋପାଳଜୀଉ ଲେନରେ ଭଡ଼ାରେ ରହୁଥିଲେ। କିନ୍ତୁ ସେ ନିଜ ଦେହରେ ଡିଜେଲ ଢାଳି ଜୀବନ ହାରିଥିବା କୁହାଯାଉଛି। ଏହାଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୁରୀଘାଟ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଖବର ପାଇ ସେଠାରେ ପହଞ୍ଚି ନାବାଳକକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତକ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସେ ଜୀବନ ହାରିଛନ୍ତି ନା ହତ୍ୟା କରାଯାଇଛି ତାହାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ପୁରୀଘାଟ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ମୃତକ ଯୁକ୍ତ ଦୁଇ ଶ୍ରେଣୀରେ ଖ୍ରୀଷ୍ଟ କଲେଜରେ ପଢୁଥିଲେ। ତାଙ୍କ ବାପା କଟକରେ ରହି ବ୍ୟବସାୟ କରନ୍ତି। ପୋଲିସ ନାବାଳକର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ସମସ୍ତ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *