Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶ୍ରୀମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳର ବ୍ୟବହାର ନେଇ ନିକଟରେ କୃଷି ଭବନଠାରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ନିଆଯାଇଥିବା ନିଷ୍ପତ୍ତି ପ୍ରକାରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ଜୈବିକ ଚାଉଳରେ ପ୍ରସ୍ତୁତ ଅନ୍ନ।

କୋଠଭୋଗରେ ଏହା ଠାକୁରଙ୍କୁ ଲାଗି କରାଯିବା ପରେ ଏହାକୁ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ସେବନ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଝିଲି, ଗୋବିନ୍ଦ ଭୋଗ, କଳାଜିରା, ପଦ୍ମକେଶରୀ, ୧୦୧୪ ଚାଉଳ ମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଓ ଝିଲି ଚାଉଳକୁ କୋଠ ଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଲା ଶ୍ରୀମନ୍ଦିର ପ୍ରଶାସନ। ବାକି ପ୍ରଜାତି ଜୈବିକ ଚାଉଳ ସାଧାରଣ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରସାଦ ହୋଇ ଆନନ୍ଦ ବଜାରରେ ବିକ୍ରି ହେବ।

ଏହି ମହାପ୍ରସାଦକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ସେବନ କରିଥିଲେ।ଏହାପରେ କେଉଁ ପ୍ରଜାତିକୁ ଆମେ କୋଠଭୋଗ ଏବଂ କେଉଁ ପ୍ରଜାତିକୁ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ପାଇଁ ବ୍ୟବହାର କରାଯିବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଥିଲା। ସମସ୍ତଙ୍କ ପରାମର୍ଶକ୍ରମେ ଗୋବିନ୍ଦଭୋଗ ଏବଂ ଝିଲ୍ଲୀ ଠାକୁରଙ୍କ କୋଠଭୋଗରେ ବ୍ୟବହାର କରାଯିବ ଏବଂ ଅନ୍ୟ ୩ କିସମ ଚାଉଳ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *