ନ୍ୟୁଜ ଡେକ୍ସ: ଆଜିଠୁ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ତ୍ରିବେଣୀରେ ଆସ୍ଥାର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ଭୁବନେଶ୍ୱରରୁ ପ୍ରୟାଗରାଜ ଅଭିମୁଖେ ଯାତ୍ରା କଲେ ସିଏମ୍ । ଦିନ ୧୧ଟା ୩୦ରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିବେ।
ରବିବାର ପ୍ରୟାଗରାଜରେ ରହିବେ । ସୋମବାର ଅଯୋଧ୍ୟା ରାମମନ୍ଦିର ଯାଇ ରାମଲାଲାଙ୍କ ଦର୍ଶନ କରିବେ । ପରେ ବାରଣାସୀ ଯିବେ । ସେଠାରେ ରାତ୍ରିଯାପନ କରିବେ । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି, ବର୍ତ୍ତମାନ ସୁଦ୍ଧା ମୋଟ ୬୦ କୋଟି ଅତିକ୍ରମ କରିଛି ଭକ୍ତଙ୍କ ସଂଖ୍ୟା ।
ଶନିବାର ମଧ୍ୟାହ୍ନ ସୁଦ୍ଧା, ୭୧.୧୮ ଲକ୍ଷରୁ ଅଧିକ ଭକ୍ତ ପବିତ୍ର ତ୍ରିବେଣୀରେ ସ୍ନାନ କରିସାରିଛନ୍ତି । ମହାକୁମ୍ଭର ଶେଷ ବୁଡ଼ ମହା ଶିବରାତ୍ରୀ, ଫେବୃଆରୀ ୨୬ ତାରିଖରେ ହେବାକୁ ଯାଉଛି ।ପ୍ରୟାଗରାଜ ପ୍ରଶାସନର ସରକାରୀ ସୂତ୍ର ଅନୁଯାୟୀ, ମୌନି ଅମାବାସ୍ୟାରେ ସର୍ବାଧିକ ସଂଖ୍ୟକ ପ୍ରାୟ ୮ କୋଟି ଭକ୍ତ ସ୍ନାନ କରିଥିଲେ । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି ।
