Thu. Oct 23rd, 2025

ନ୍ୟୁଜ ଡେକ୍ସ: ଲାଞ୍ଚ ନେଇ ଧରା ପଡିଲେ ନବରଙ୍ଗପୁର ଉମରକୋଟର ଦୁଇ କୃଷି ଅଧିକାରୀ ନଳିନୀକାନ୍ତ ପରିଡା ଓ ସୁରେନ୍ଦ୍ରସିଂ ବୁନ୍ଦେଲା । ୫ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଜଳ ନିଧି ଯୋଜନାରେ ସବସିଡ଼ି ଟଙ୍କା କରାଇ ଦେବାକୁ କହି ନେଉଥିଲେ ଏହି ଲାଞ୍ଚ । ଟ୍ରାପ ପରେ ଉଭୟଙ୍କର ୫ ଟି ସ୍ଥାନରେ ଚାଲିଛି ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ।

ସୂଚନ ମୁତାବକ, ଜଳନିଧି ଯୋଜନାର ଜଣେ ହିତାଧିକାରୀ ତାଙ୍କ ଜମିରେ ବୋରୱେଲ ଖୋଲିବା ପାଇଁ ଆସିଥିବା ସବ୍ସିଡି ଟଙ୍କା ମାଗିଥିଲେ । ସେହି ଟଙ୍କା ଦେବା ପାଇଁ ତାଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଆସିଷ୍ଟାଣ୍ଟ ଆଗ୍ରିକଲଚର୍ ଅଫିସର୍ ନୀଳକାନ୍ତ ପରିଡ଼ା ଏବଂ ବ୍ଲକ୍ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ରସିଂ ବୁନ୍ଦେଲ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍କୁ ଜଣାଇଥିଲେ । ଏ ସମ୍ପର୍କରେ ଜାଣିବାକୁ ପାଇ ଭିଜିଲାନ୍ସ ଟିମ୍ ପୂର୍ବରୁ ଛକି ବସିଥିଲା ।

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଉଭୟଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଚଢାଉ ପରେ ନୀଳକାନ୍ତ ପରିଡ଼ାଙ୍କ ୩ ଟି ସ୍ଥାନରେ ଏବଂ ସୁରେନ୍ଦ୍ରସିଂ ବୁନ୍ଦେଲଙ୍କ ୨ ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।ଏହି ଚଢାଉ ପରେ ନୀଳକାନ୍ତ ପରିଡ଼ାଙ୍କ ୩ ଟି ସ୍ଥାନରେ ଏବଂ ସୁରେନ୍ଦ୍ରସିଂ ବୁନ୍ଦେଲଙ୍କ ୨ ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।

Leave a Reply

Your email address will not be published. Required fields are marked *