Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜ୍ୟରେ ପୁଣି ବଢିବ ତାତି। ଆସନ୍ତା ୪ଦିନ ଯାଏ ପାଗ ପୂରା ଶୁଖିଲା ରହିବ। ଏହା ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି।

ଆଗକୁ ବଢିବ ତାପମାତ୍ରା, ଅସମ୍ଭାଳ ହେବ ତାତି। ୩ ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରବିବାର ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ୧୨.୫ ଡିଗ୍ରୀ ସେଲସିୟସ୍ ଥିଲା ।

ରାଉରକେଲାରେ ରାତି ତାପମାତ୍ରା ୧୪.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୫.୩, ଭବାନୀପାଟଣାରେ ୧୫.୫, ଅନୁଗୁଳରେ ୧୫.୬ ଡିଗ୍ରୀ ଥିଲା ।ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ଥିଲା ।

Leave a Reply

Your email address will not be published. Required fields are marked *