Thu. Oct 23rd, 2025

ନ୍ୟୁଜ ଡେକ୍ସ: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ତିଲଡେଗା ନିକଟରେ ଅଘଟଣ । ଶିବ ମନ୍ଦିର ଯାଉଥିବାବେଳେ ଜଣେ ମହିଳା ଓ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବାଘୁଆ ମହୁମାଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଜଣେ କାଠୁରିଆ ମଧ୍ୟ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ଗାଇଡେଗାର ଦେବକୀ ରଣା ।

ତେବେ ମହୁମାଛିଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦୁଇ ଜଣଙ୍କର ଚିକିତ୍ସା ଜାରି ରହିଛି । ସୁନ୍ଦରଗଡ କିଞୀରିକେଲା ଥାନା ତିଲଡେଗା ଶିବ ମନ୍ଦିରକୁ ଯାଉଥିବା ରାସ୍ତା ନିକଟ ଜଙ୍ଗଲରେ ଜଣେ ବ୍ୟକ୍ତିକୁ ମହୁ ମାଛି ମାରଣାନ୍ତକ ଆକ୍ରମଣ କରିବା ସହ ଗାଁ ମୁହାଁ ହୋଇଥିଲେ। ପଲ ପଲ ମହୁ ମାଛି ଉଡ଼ି ବୁଲୁ ଥିବା ବେଳେ ବାଇକରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ ମହୁମାଛି ।

ଶିବ ମନ୍ଦିର କୁ ବାଇକ ରେ ଯାଉଥିବା ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ମହୁମାଛି । ସେହିପରି ବୋରିଗୁମ୍ମା କାମତା ଶୈବପୀଠ ରେ ଶିବ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଲମ୍ବା ଲାଇନ ରେ ଠିଆ ହୋଇଥିଲେ। ମନ୍ଦିର ନିକଟରେ ଥିବା ବରଗଛ ରେ ଥିବା ମହୁମାଛି ହଠାତ ଆସି ଶ୍ରଦ୍ଧାଳୁଙ୍କ ଆକ୍ରମଣ କରିଥିଲେ। ସମସ୍ତ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ।ସେଥି ମଧ୍ୟରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଆକ୍ରମଣ କରିଥିଲେ ମହୁମାଛି।ସଂଗେ ସଂଗେ ଆହତ ଙ୍କୁ କୁମୁଲି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *