Thu. Oct 23rd, 2025
Thermometer Sun 40 Degres. Hot summer day. High Summer temperatures

ନ୍ୟୁଜ ଡେକ୍ସ: ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି। ଶୀତରେ ଛାଡ଼ୁନି ତାତି। ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ି ସାରିଛି। ପଶ୍ଚିମାଝଡ଼ ପ୍ରଭାବରେ ସପ୍ତା‌ହେ ହେଲା ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଥିଲା। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉ ନଥିଲା।

କିନ୍ତୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବାରୁ ଆସନ୍ତା ୨୮ତାରିଖରୁ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷକୁ ଗ୍ରୀଷ୍ମ ପ୍ରବାହ ଦିନ ସଂଖା ୭ ଗୁଣା ବଢ଼ି ୮୦ ଛୁଇଁବ । ପୂର୍ବରୁ ହାରାହାରି ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୧ ରହୁଥିଲା । ୨୦୨୩ରେ କିନ୍ତୁ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଦୁଇ ଗୁଣା ବଢ଼ି ୨୨ ହୋଇଥିଲା । ୨୦୨୪ରେ ଏମିତି ସ୍ଥିତି ୩୭ ଦିନ ଥିଲା । ୨୦୫୦ ବେଳକୁ ୮୦ ଦିନ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ । ସ୍ୱାଭାବିକ୍ ତାପମାତ୍ରା ଠାରୁ ୪ରୁ ୬ ଡିଗ୍ରୀ ସେଲ୍ସିୟସ ଅଧିକ ରହିଲେ କିମ୍ବା ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଲେ ଏହାକୁ ହିଟ୍ ୱେଭ୍ କିମ୍ବା ଗ୍ରୀଷ୍ମ ପ୍ରବାହ ବୋଲି କୁହାଯାଏ । ଏହାର ଅର୍ଥ ହେଉଛି ବର୍ଷକୁ ୮୦ ଦିନ କଲବଲ କଲା ଭଳି ଅସ୍ୱାଭାବିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ୧୯୯୧ ମସିହାରେ ବାର୍ଷିକ ହାରାହାରି ଦିନ ତାପମାତ୍ରା ୩୨.୧ କିମ୍ବା ୩୨.୨ ଡିଗ୍ରୀ ସେଲସିୟସ୍ ପାଖାପାଖି ରହୁଥିଲା । ୧୯୯୫, ୧୯୯୬ରେ ୩୨ ଡିଗ୍ରୀରୁ ବି କମ୍ ଥିଲା ହାରାହାରି ବାର୍ଷିକ ଦିନ ତାପମାତ୍ରା ।

ଏମିତିକି ଭୟଙ୍କର ଗ୍ରୀଷ୍ମ ପ୍ରବାହର ବର୍ଷ ୧୯୯୮ରେ ବି ବର୍ଷର ହାରାହାରି ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିନଥିଲା ।ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ୨୮ରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇପାରେ। ବୁଧବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡା ୩୫.୪, ସମ୍ବଲପୁର ୩୫.୩, ଟିଟିଲାଗଡ ୩୫, ଭୁବନେଶ୍ବର ୩୩ ଏବଂ କଟକରେ ୩୦.୬ ଡିଗ୍ରୀ ରହିଛି। ରାତି ତାପମାତ୍ରା ଘୁ.ଉଦୟଗିରିରେ ୧୨ଡିଗ୍ରୀ ଥିବାବେଳେ ଫୁଲବାଣୀ ୧୪, ଭୁବନେଶ୍ବର ୨୧.୮ ଏବଂ କଟକରେ ୨୦.୩ ଡିଗ୍ରୀ ରହିଛି।

Thermometer Sun 40 Degres. Hot summer day. High Summer temperatures

Leave a Reply

Your email address will not be published. Required fields are marked *