Thu. Oct 23rd, 2025

ନ୍ୟୁଜ ଡେକ୍ସ: ବ୍ୟାଙ୍କ୍‌ରୁ ଝାମ୍ପି ଚମ୍ପଟ୍‌ ବେଳେ ମାଡ଼ି ବସିଲେ ଲୋକେ । ବରଗଡ ସହରର ଏସବିଆଇ ମୁଖ୍ୟ ଶାଖାରୁ ଝାମ୍ପି ଚମ୍ପଟ୍‌ ମାରିଲା ବେଳେ ମାଡି ବସିଲେ ଲୋକେ । ଜଣେ ଗ୍ରାହକ ୭୭ ହଜାର ଟଙ୍କା ଜମା କରିବା ବେଳେ ଝାମ୍ପିନେଲେ ।

ଲୁଟେରାକୁ ଧରି ନିସ୍ତୁକ ପିଟି ପୋଲିସ ଜିମା ଦେଲେ ଲୋକେ । ସୂଚନା ମୁତାବକ, ବରଗଡ ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖାରେ ଜଣେ ଯୁବକ ପଶି ଆସିଥିଲା । ବ୍ୟାଙ୍କ ଆକାଉଣ୍ଟରୁ କୌଶଳକ୍ରମେ ଏକ ଲକ୍ଷ ଟଙ୍କା ଉଠାଇଥିଲା । ଏହାରି ଭିତରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଉକ୍ତ ଯୁବକର କାର୍ଯ୍ୟକଳାପ ଦେଖି ସନ୍ଦେହ ହୋଇଥିଲା ।

ସେଠାରୁ ଫେରାର୍ ହେଉଥିବା ବେଳେ ଉକ୍ତ ଯୁବକକୁ ଲୋକେ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବରଗଡ଼ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *