Thu. Oct 23rd, 2025

ନ୍ୟୁଜ ଡେକ୍ସ: ୩୧ ମାର୍ଚ୍ଚ ହେଉଛି ‘ସୁଭଦ୍ରା’ ଆବେଦନର ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ସୁଭଦ୍ରା ଆବେଦନ କରିପାରିବେନି ମହିଳା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ସୁଭଦ୍ରା ଆବେଦନ କରିଥିବେ ସେମାନଙ୍କୁ ଏକକାଳୀନ ମିଳିବ ସୁଭଦ୍ରା ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ସେମାନେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏବେ ‘ସୁଭଦ୍ରା’ ମ୍ୟାଜିକ୍‌ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି ।

୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ମ୍ୟାଜିକ୍ ନମ୍ବର କୋଟିଏରୁ ଅଧିକ ଛୁଇଁବ। ୮ ମାସରେ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆମର ସ୍ୱଭାଗ୍ୟ। ଆମେ କୋଟିଏ କହିଥିଲୁ। ପୂର୍ବରୁ ୯୮ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଲିଛି । ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ଯାହା ସେ ଟଙ୍କା ଦେବୁ। ତେଣୁ ଜିଲ୍ଲାପାଳ, ସୁଭଦ୍ରା ଟିମ, ମହିଳା ଶିଶୁ ବିକାଶ, ସହିତ ଅଙ୍ଗନବାଡି କର୍ମୀ, ବ୍ୟାଙ୍କ ମିତ୍ର ଗଣମାଧ୍ୟମ ମିତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମାର୍ଚ୍ଚ ୬ରେ ମିଳିବ । ୬ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ । ବିଭିନ୍ନ କାରଣ ପାଇଁ ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାଁନ୍ତି, ସେମାନେ ଏକାବେଳେ ଦୁଇଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ। ସେହିପରି, ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *