ନ୍ୟୁଜ ଡେକ୍ସ: ଆକ୍ସନମୋଡ଼ରେ ପ୍ରଶାସନ । ବେଆଇନ୍ ବାଲି ବୋଝେଇ ଟ୍ରକ ଚାଲାଣ ବେଳେ ୨୨ ଗାଡି ଜବତ । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରୁ ୨୨ଟି ବେଆଇନ୍ ବାଲି ବୋଝେଇ ଗାଡ଼ି ଜବତ ହୋଇଛି।
ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚଢାଉ କରି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟ ଓଡ଼ିଶା ହୋଟେଲ ସମ୍ମୁଖରୁ ୧୯ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି । ବାଲି ଗାଡି ଗୁଡିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଚଢାଉ କରାଯାଇ ଗାଡ଼ିଗୁଡିକୁ ଜବତ କରାଯାଇଛି । ଗାଡ଼ିର ଡ୍ରାଇଭର ମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ । ସକାଳୁ ଅନ୍ୟ ଡ୍ରାଇଭରଙ୍କ ଦ୍ବାରା ଗାଡ଼ି ଗୁଡିକୁ ଅଣାଯାଇଥିଲା । ବେଆଇନ ବାଲି ବୋଝେଇ ଟ୍ରକ ଧରିବାରେ ସଫଳ ହୋଇଛନ୍ତି।
ଅନ୍ୟ ଗାଡ଼ି ଗୁଡ଼ିକୁ ମଧ୍ୟ ଧରିବା ପାଇଁ ଚେଷ୍ଟା ଚାଲିଛି । ବୈତରଣୀ ନଦୀରୁ ବାଲି ବୋଝଇ ଟ୍ରକ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଯିବା ବେଳେ ସୋର ପୋଲିସ ସହାୟତାରେ ସୋର ଆଡସିନାଲ ତହସିଲଦାର ବେଆଇନ ବାଲି ବୋଝେଇ ଟ୍ରକକୁ ଅଟକାଇଥିଲେ । ସମସ୍ତ ଡ୍ରାଇଭରଙ୍କୁ ଜେରା ମଧ୍ୟ କରୁଛନ୍ତି । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରହିଛି ।
