Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା । ମଙ୍ଗଳବାର ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି । ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ବର୍ତ୍ତମାନ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ଗିରଫ କରିପାରିବନି ।

ସୂଚନାଥାଉକି, ଗତ ୧୮ ତାରିଖରେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ କରିଥିଲା ସବିଆଇର ୮ ଜଣିଆ ଟିମ୍ । ଟେଣ୍ଡର ଫିକ୍ସିଂ ମାମଲାରେ ବାରାମ୍ବାର ସମନ ପରେ ବି ହାଜର ହେଉନଥିଲେ ବିଷ୍ଣୁପଦ ସେଠୀ । ଏହାପରେ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା ସିବିଆଇ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା । ହେଲେ ଏହି ମାମଲାରେ ମୁହଁଖୋଲିଥିଲେ ବିଷ୍ଣୁପଦ ।

ଗଣମାଧ୍ୟମ ଆଗରେ ସବୁ ଅଭିଯୋଗକୁ ଖଣ୍ଡନ କରି ସେ କହିଥିଲେ ଯେ, ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ କିରିଆସୁଛି । କେବେ କୌଣସି କାମରେ ଖିଲାପ କରିନାହିଁ କିମ୍ବା କାହାକୁ ଠକି ନାହିଁ । ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ ମୋତେ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଛି ।

Leave a Reply

Your email address will not be published. Required fields are marked *