ନ୍ୟୁଜ ଡେକ୍ସ: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ । ଦୌଡ଼ୁଥିବା ବେଳେ ଚାଲିଗଲା ଛାତ୍ର ଜୀବନ । ମୃତକ ଜଣକ ହେଉଛନ୍ତି ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା । ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଘଟିଛି ଏହି ଅଘଟଣ ।
ସୂଚନା ଥାଉକି, ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା। ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ସେ ଆବେଦନ କରିଥିଲେ। ଉକ୍ତ ପୋଷ୍ଟ ପାଇଁ ମଙ୍ଗଳବାର ଦିନ ଚାଲିଥିଲା ଫିଜିକାଲ୍ ଟେଷ୍ଟ । ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିଲେ ପ୍ରବୀଣ । ହେଲେ ସଦର ଥାନା କିରେଇ ନିକଟରେ ହଠାତ୍ ଅଚେତ ହୋଇପଡ଼ିଥିଲେ ପ୍ରବୀଣ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ପ୍ରବୀଣଙ୍କୁ ମୃତ ଘୋଷଣା କରିଛନ୍ତି। ପୁଅର ମୃତ୍ୟୁ ଖବର ପାଇବା ପରେ ପ୍ରବୀଣଙ୍କ ଘରଲୋକ ଭାଙ୍ଗି ପଡ଼ିଛନ୍ତି।
ସେପଟେ ଶାରୀରିକ ଚାଲିବା ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର୍ଥୀ କେନ୍ଦୁଝରର ବ୍ୟୋମକେଶ ନାଏକ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ୟୋମକେଶଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି ।
