ନ୍ୟୁଜ ଡେକ୍ସ: କେନ୍ଦ୍ରପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ । କେନ୍ଦ୍ରାପଡା ଜିଲ୍ଲାର ବାରିମୂଳକୁ ଯାଇ ଅସୁସ୍ଥ ଭାଇଙ୍କୁ ଦେଖା କରିବେ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବୁଧବାର ସର୍ତ୍ତମୂଳକ ଅନୁମତି ମିଳିଛି । ୨ ମାସରେ କେବଳ ଥରେ ଯାଇ ଭାଇଙ୍କୁ ଦେଖା କରିବାକୁ ମିଳିଛି ଅନୁମତି ।
ହେଲେ ରାତିରେ ସାରଥି କେନ୍ଦ୍ରାପଡାରେ ରହି ପାରିବେନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେ ସକାଳ ସାଢେ ୫ଟା୩୦ ରୁ ସନ୍ଧ୍ୟା ୫ଟା ମଧ୍ୟରେ ଦେଖା କରିପାରିବେ । ଏଥିପାଇଁ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।କିନ୍ତୁ ଉକ୍ତ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତେବେ କେନ୍ଦ୍ରାପଡ଼ା ଯିବା ଲାଗି ତାଙ୍କୁ ଅନୁମତି ମିଳିଛି କିନ୍ତୁ କିଛି ସର୍ତ୍ତ ଆଧାରରେ।
ସେଗୁଡିକ ହେଲା ୨ ମାସରେ ଥରେ ସାରଥୀ କେନ୍ଦ୍ରାପଡା ଯାଇପାରିବେ, ସକାଳ ୫ଟାରୁ ସନ୍ଧ୍ୟା ସାଢେ ୫ ଟା ଯାଏଁ ସେ କେନ୍ଦ୍ରାପଡ଼ାରେ ରହିପାରିବେ, ହେଲେ କୌଣସି ପରିସ୍ଥିତିରେ ସେ ବାରିମୂଳ ଆଶ୍ରମ ଯାଇପାରିବେ ନାହିଁ, କେନ୍ଦ୍ରାପଡା ଯିବା ଲାଗି ତାଙ୍କୁ ୭ଦିନ ଆଗରୁ କୋର୍ଟଙ୍କୁ ଜଣାଇବାକୁ ପଡିବ , କେନ୍ଦ୍ରାପଡ଼ା ଥାନା ଏବଂ ନିଜେ ରହୁଥିବା ଥାନାଞ୍ଚଳର ଅଧିକାରୀଙ୍କୁ ମଧ୍ୟ କେଦ୍ରାପଡ଼ା ଗସ୍ତର ୭ ଦିନ ଆଗରୁ ଜଣାଇବେ ସାରଥୀ ।
