Sat. Feb 21st, 2026

ନ୍ୟୁଜ ଡେକ୍ସ: ଯୋଗ୍ୟ ହିତାଧିକାରୀ ଯେପରି ସୁଭଦ୍ରା ଯୋଜନରୁ ବଞ୍ଚିତ ନେହେବେ ସେନେଇ ହିତାଧିକାରୀଙ୍କୁ ଖୋଜିବାକୁ କରାଯିବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ବୋଲି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

ସର୍ଭେ ସରିବା ଯାଏଁ ଆବେଦନ ପ୍ରକ୍ରିୟାକୁ ବନ୍ଦ କରାଯିବ । ଏବେ ସୁଦ୍ଧା ସୁଭଦ୍ରାରେ ୧ କୋଟି ୮ଲକ୍ଷ ମହିଳା ଆବେଦନ କରିଛନ୍ତି । ୫ ଟି ପର୍ଯ୍ୟାୟରେ ପ୍ରାୟ ୧ କୋଟି ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ । ଫିଲଡ୍ ଭେରିଫିକେସନ ପରେ ଯେଉଁମାନେ ରହିଯିବେ, ସେମାନଙ୍କୁ ରକ୍ଷା ବନ୍ଧନରେ ୩ ଟି କିସ୍ତି ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୬ ଅର୍ଥାତ ଆସନ୍ତା କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ।

ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାରେ ୧ ଲକ୍ଷ ୭୦ ହଜାର ମହିଳା ଟଙ୍କା ପାଇବେ । ହିତାଧିକାରୀଙ୍କ ଖାତାଙ୍କୁ ଯିବ ୫ ହଜାର ଟଙ୍କା । ସେହିପରି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ସୁଭଦ୍ରାର ୨ୟ କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *