Thu. Oct 23rd, 2025

ନ୍ୟୁଜ ଡେକ୍ସ: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ପାଟଣାଗଡ ADJ କୋର୍ଟରେ ହାଜର ହୋଇଛନ୍ତି ପୁଞ୍ଜିଲାଲ । ଗୁରୁବାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବୟାନ ରେକର୍ଡ ହେଉଛି । ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି ।

ମାନ୍ୟବର ସୁପ୍ରିମ କୋର୍ଟ ଏହି ମାମଲା ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଆଦେଶ ଦେଇଛନ୍ତି। ପୂର୍ବ ତାରିଖରେ ଅସୁସ୍ଥତା ଦେଖାଇ ମହଲତି ମାଗିଥିଲା ପୁଞ୍ଜିଲାଲ । ଫଳରେ ପୁଞ୍ଜିଲାଲର ବୟାନ ରେକର୍ଡ ହୋଇ ପାରିନଥିଲା । ଆଜି ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିବେ । ଏହି ଘଟଣାରେ ପୂର୍ବରୁ ୬୩ ଜଣଙ୍କ ବୟାନ ରେକର୍ଡ ହୋଇ ସାରିଛି ।ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଆସିଥିବା ଏକ ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା ।

ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *