ନ୍ୟୁଜ ଡେକ୍ସ: ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି ହେବ। ଗୁରୁବାର ସୁଭଦ୍ରା ଟଙ୍କା ବାଣ୍ଟିବା ପରେ ‘ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ’ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଶୁକ୍ରବାର ସନ୍ଧ୍ୟାରେ ‘ସୁଭଦ୍ରା ସହାୟତା’ ପାଇଥିବା ସବୁ ହିତାଧିକାରୀ ମା’ ସୁଭଦ୍ରାଙ୍କ ନାଁରେ ଦୀପ ଜଳାଇବେ। ତେବେ ସୂଚନା ମୁତାବକ, ଗୁରୁବାର ସୁଭଦ୍ରା ଟଙ୍କା ବାଣ୍ଟିବା ପରେ ‘ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ’ ଆହ୍ୱାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଥିଲେ, ମା’ ସୁଭଦ୍ରା ଆମକୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଛନ୍ତି ।
ସେଥିନିମନ୍ତେ, ଆମ ପରିବାରର ମଙ୍ଗଳ, ଆମ ସମାଜ, ରାଜ୍ୟ ତଥା ମହିଳାଙ୍କ ସଶକ୍ତୀକରଣ ପାଇଁ ଶୁକ୍ରବାର ସନ୍ଧ୍ୟାରେ ‘ସୁଭଦ୍ରା ସହାୟତା’ ପାଇଥିବା ସବୁ ହିତାଧିକାରୀ ମା’ ସୁଭଦ୍ରାଙ୍କ ନାଁରେ ଦୀପ ଜାଳିବାକୁ କହିଥିଲେ। ନିଜ ଘରର ମୁଖ୍ୟଦ୍ୱାରରେ ଦୀପଟିଏ ଜାଳି ସଫଳତା ପାଳନ କରିବା । ଗୋଟିଏ ଘରେ ଏକାଧିକ ସୁଭଦ୍ରା ଥିଲେ ଘର ଦ୍ୱାରରେ ଏକାଧିକ ଦୀପ ଜାଳିବାକୁ ସେ କହିଛନ୍ତି ।

