Thu. Oct 23rd, 2025

ନ୍ୟୁଜ ଡେକ୍ସ: ହୋଲି ଉତ୍ସବ ସମୟରେ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିନି ଯୋଡି ହୋଲି ସ୍ପେସିଆଲ୍ ଟ୍ରେନ୍ ଚଳାଚଳ କରିବ।

ଚେରଲାପାଲ୍ଲୀ (ହାଇଦ୍ରାବାଦ), କୋଲକାତା ଏବଂ ବେଙ୍ଗାଲୁରୁକୁ ଏହି ଟ୍ରେନ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିନି ଯୋଡି ହୋଲି ସ୍ପେସିଆଲ୍ ଟ୍ରେନ୍ ଚେରଲାପାଲ୍ଲୀ (ହାଇଦ୍ରାବାଦ), କୋଲକାତା ଏବଂ ବେଙ୍ଗାଲୁରୁକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି।ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପୂର୍ବରୁ ଚଳାଚଳ କରୁଥିବା କିଛି ସ୍ୱତନ୍ତ୍ର ଟ୍ରେନର ସେବାକୁ ମଧ୍ୟ ବର୍ଦ୍ଧିତ କରାଯାଇଅଛି।ଭାରତୀୟ ରେଳ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରାଇବା ବ୍ୟତୀତ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମାର୍ଗରେ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି।

ଭୁବନେଶ୍ୱର-ଚେରଲାପାଲି (ହାଇଦ୍ରାବାଦ) ହୋଲି ସ୍ପେଶାଲ୍:୦୮୪୭୯/୦୮୪୮୦ ଭୁବନେଶ୍ୱର-ଚେରଲାପାଲି (ହାଇଦ୍ରାବାଦ)-ଭୁବନେଶ୍ୱର ହୋଲି ସ୍ପେଶାଲ୍ ୧୦ ମାର୍ଚ୍ଚରୁ ୨୪ ମାର୍ଚ୍ଚ ୨୦୨୫ ମଧ୍ୟରେ ପ୍ରତି ସୋମବାର ମଧ୍ୟାହ୍ନ ୧୨ଘ.୧୦ମି.ରେ ଭୁବନେଶ୍ୱରରୁ ଛାଡିବ । ଫେରିବା ମାର୍ଗରେ ଚେରଲାପାଲି-ଭୁବନେଶ୍ୱର ହୋଲି ସ୍ପେଶାଲ୍ ୧୧ ମାର୍ଚ୍ଚରୁ ୨୫ ମାର୍ଚ୍ଚ ୨୦୨୫ ମଧ୍ୟରେ ପ୍ରତି ମଙ୍ଗଳବାର ପୂର୍ବାହ୍ନ ୯ଟା.୫୦ମି.ରେ ଚେରଲାପାଲିରୁ ଛାଡି ଭୁବନେଶ୍ୱର ଯାତ୍ରା କରିବ । ପୁରୀ-କୋଲକାତା ହୋଲି ସ୍ପେଶାଲ୍:୦୩୧୦୧/୦୩୧୦୨ କୋଲକାତା-ପୁରୀ-କୋଲକାତା ହୋଲି ସ୍ପେଶାଲ୍ ଟ୍ରେନ ମାର୍ଚ୍ଚ ୧୩, ୧୮ ଏବଂ ୨୦ ରାତ୍ରି ୧୧ଘ.୫୦ମି.ରେ କୋଲକାତାରୁ ଛାଡିବ ।

ଫେରିବା ଦିଗରେ ପୁରୀରୁ ୦୩୧୦୨ପୁରୀ-କୋଲକାତା ହୋଲି ସ୍ପେଶାଲ୍ ୧୪, ୧୯ ଏବଂ ୨୧ ମାର୍ଚ୍ଚ ଅପରାହ୍ନ ୦୩ଟା.୩୦ମି.ରେ ଛାଡି କୋଲକାତା ଯାତ୍ରା କରିବ । ବିଶାଖାପାଟଣା-ବେଙ୍ଗାଲୁରୁ ହୋଲି ସ୍ପେଶାଲ୍:08549/08550 ବିଶାଖାପାଟଣା – ବେଙ୍ଗାଲୁରୁ – ବିଶାଖାପାଟଣା ହୋଲି ସ୍ପେଶାଲ୍ ବିଶାଖାପାଟଣାରୁ ୯ ମାର୍ଚ୍ଚରୁ ୨୩ ମାର୍ଚ୍ଚ ୨୦୨୫ ମଧ୍ୟରେ ପ୍ରତି ରବିବାର ଦିନ ଅପରାହ୍ନ 03ଘ.30ମି.ରେ ଛାଡି ବେଙ୍ଗାଲୁରୁ ଯାତ୍ରା କରିବ | ଫେରିବା ଦିଗରେ, ଏହି ଟ୍ରେନ ବେଙ୍ଗାଲୁରୁରୁ ୧୦ ମାର୍ଚ୍ଚରୁ ୨୪ ମାର୍ଚ୍ଚ ୨୦୨୫ ମଧ୍ୟରେ ପ୍ରତି ସୋମବାର ଦିନ ଅପରାହ୍ନ 03ଘ.50ମି.ରେ ଛାଡି ବିଶାଖାପାଟଣା ଯାତ୍ରା କରିବ।ସ୍ପେଶାଲ୍ ଟ୍ରେନଗୁଡ଼ିକର ସେବା ଅଧିକ ବୃଦ୍ଧି…ଉଧନା (ସୁରତ)-ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍: ବ୍ରହ୍ମପୁର-ବିଜିଆନଗରମ୍-ରାୟଗଡ଼ା-ଟିଟିଲାଗଡ଼ ଏବଂ ରାୟପୁର ମାର୍ଗ ଦେଇ 09059/09060 ଉଧନା (ସୁରତ)-ଖୋର୍ଦ୍ଧା ରୋଡ୍-ଉଧନା ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ ୨୦୨୫ ଏପ୍ରିଲ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

Leave a Reply

Your email address will not be published. Required fields are marked *