Sat. Feb 21st, 2026

ନ୍ୟୁଜ ଡେକ୍ସ: ଗୋପାଳପୁର ବେଳାଭୂମିରେ ଅଲିଭ୍ ରିଡଲେ କଇଁଛଙ୍କ ଅଦିନିଆ ଅଣ୍ଡାଦାନ। ଗତ ମାସ ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ସରିଥିଲା। ନିର୍ଦ୍ଧିଷ୍ଟ ସ୍ଥାନରେ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରିଥିଲେ। ଏବର୍ଷ ସର୍ବକାଳୀନ ରେକର୍ଡ ବି ହୋଇଥିଲା।

ଏବେ ଗୋପାଳପୁର ବେଳାଭୂମିରେ କିଛି ଅଲିଭ୍ ରିଡଲେ ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି।ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ପ୍ରାୟ ୭ ଲକ୍ଷ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କଇଁଛଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ସାମୁଦ୍ରିକ ପୋଲିସ ସହଯୋଗରେ ୬୭ଟି ପାଟ୍ରୋଲିଂ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

୨୪ ଘଣ୍ଟା ନିରୀକ୍ଷଣ ପାଇଁ ୨୨ଟି ପାଟ୍ରୋଲିଂ ବୋଟ୍ ନିୟୋଜିତ ହୋଇଛି।ଯାହାକୁ ନେଇ ପରିବେଶବିତ୍ ଏବଂ ପର୍ଯ୍ୟଟକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ଦୃଶ୍ୟ ପରିଲକ୍ଷିତ ହେଉଥିବା ଅନୁମାନ କରିଛନ୍ତି ପରିବେଶବିତ୍।

Leave a Reply

Your email address will not be published. Required fields are marked *